ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ନିମ୍ନ ଗୃହରେ ପୁଣି ଥରେ ମହାଭିଯୋଗ ପ୍ରସ୍ତାବ ପାରିତ

ୱାଶିଂଟନ,ଏଜେନ୍ସି: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ନିମ୍ନଗୃହର ପ୍ରତିନିଧି ସଭାରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି। ଏଥି ସହିତ ଟ୍ରମ୍ପ ଏଭଳି ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି, ଯିଏକି ଦ୍ୱିତୀୟ ଥର ପାଇଁ ମହାଭିଯୋଗ ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି। ଡେମୋକ୍ରାଟିକ ପାର୍ଟିର ନିୟନ୍ତ୍ରଣରେ ଥିବା ପ୍ରତିନିଧି ସଭାରେ କିଛି ରିପବ୍ଲିକାନ ସାଂସଦ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚଳାଇବା ପକ୍ଷରେ ଭୋଟ ଦେଇଥିଲେ। ଟ୍ରମ୍ପଙ୍କ ଉପରେ ଦେଶ ବିରୋଧୀ ପ୍ରଦର୍ଶନ କରିବା ଅଭିଯୋଗ ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ନେଇ ନିମ୍ନ ଗୃହରେ ପୂର୍ଣ୍ଣ ବହୁମତ ହୋଇଛି। ପ୍ରସ୍ତାବ ପକ୍ଷରେ ୨୩୨ ଓ ବିରୋଧରେ ୧୯୭ଟି ଭୋଟ ପଡ଼ିଥିଲା। ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ୧୦ ଜଣ ସାଂସଦ ଟ୍ରମ୍ପଙ୍କ ବିରୋଧରେ ଭୋଟ ଦେଇଥିଲେ। ଏହା ପୂର୍ବରୁ ଆମେରିକୀୟ ପ୍ରତିନିଧି ସଭା ଏକ ପ୍ରସ୍ତାବ ପାରିତ କରିବା ପରେ ଉପରାଷ୍ଟ୍ରପତି ମାଇକ ପେନ୍ସ ଅପିଲ କରିଥିଲେ ଯେ, ସେ ଟ୍ରମ୍ପଙ୍କୁ ପଦରୁ ହଟାଇବା ଲାଗି ୨୫ ତମ ସଂଶୋଧନ ଆଇନ ଲାଗୁ କରିବେ।