ରାଜଧାନୀବାସୀଙ୍କଠାରେ ବଢ଼ିଛି ଇମ୍ୟୁନିଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀବାସୀଙ୍କଠାରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଛି। ୧୦୦ ବ୍ୟକ୍ତିଙ୍କ ଅନୁପାତରେ ୧.୪ ପ୍ରତିଶତ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଛି। ଏନେଇ ଭୁବନେଶ୍ୱର ଆରଏମଆରସି ନିର୍ଦ୍ଦେଶିକା ଡା.ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ହାଇରିସ୍କ, କମ୍ୟୁନିଟି ଓ ଗ୍ରୁପ ସେରୋ ସର୍ଭେ ସରିଛିି। ଜୁନ୍ ମାସର ସଂକ୍ରମଣ ଓ ହାଇରିସ୍କ ଜାଣିବାକୁ ଜୁଲାଇରେ ସର୍ଭେ ହୋଇଥିଲା। ଏଥିସହିତ ଭୁବନେଶ୍ୱରରେ ଅଗଷ୍ଟ ୧୬ରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ ବୋଲି ମଧ୍ୟ ସେ କହିଛନ୍ତି।