ମା’ ନେବେ ବିଦାୟ, ପୁଣି ବରଷେକୁ ଅପେକ୍ଷା

କଟକ, ଭୁବନେଶ୍ୱର,ଏନ୍ଏନ୍ଏସ୍: ଦଶଭୂଜା ମହାମାୟୀ ମା ଦୁର୍ଗାଙ୍କ ବିଜୟା ଦଶମୀ ପୂଜାର୍ଚ୍ଚନା ଶେଷ ହୋଇଛି । ଏବେ ମା ଙ୍କୁ ଦିଆଯିବ ମେଲାଣି । ବୁଧବାର ମା ଙ୍କ ଭସାଣି ଉତ୍ସବ ପାଇଁ ଦୈତ ନଗରୀ ଉତ୍ସବ ମୁଖର ହୋଇଉଠିଛି । କଟକ ଓ ଭୁବନଶ୍ୱରରେ ମା ଙ୍କ ଭସାଣି ଉତ୍ସବ ଲାଗି ବିରାଟ ପଟୁଆରର ଆୟୋଜନ କରାଯାଇଛିି । ଘଣ୍ଟ, ଘଣ୍ଟା, ମୃଦଙ୍ଗ ସମେତ ପାରମ୍ପରିକ ବାଦ୍ୟରେ ମା ଙ୍କୁ ଦିଆଯିବ ମେଲାଣି ।

ସୂଚନା ଅନୁସାରେ, କଟକରେ ଦେବୀଗଡ ଘାଟ ନିକଟସ୍ଥ ଅସ୍ଥାୟୀ ପୋଖରୀରେ ଦୁର୍ଗା ୧୧ଟି ମୃଣ୍ମୟ ପ୍ରତିମୂର୍ତ୍ତି ବିସର୍ଜନ କରାଯିବ । ଦେବୀଙ୍କ ସମସ୍ତ ମେଢ଼ ରୋଷଣି ସହ ସାହି ପରିକ୍ରମା କରିବା ପରେ ଗୌରୀଶଙ୍କର ପାର୍କ ଦେଇ ଦେବୀଗଡ ଘାଟକୁ ନିଆଯିବ ।

ଏନେଇ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅସାମାଜିକ ତତ୍ତ୍ୱଙ୍କ ଉପରେ ନଜର ରଖାଯାଇଛି । ଏନେଇ ପୁଲିସ ପ୍ରଶାସନ ପକ୍ଷରୁ ୪୦ଟି ଅସ୍ଥାୟୀ ଆଉଟପୋଷ୍ଟ ଓ ସିସିଟିଭି ଲଗାଯାଇଛି । ସହରର ବିଭିନ୍ନ ସ୍ଥାନରେ ୫୭ ପ୍ଲାଟୁନ ଫୋର୍ସ ଓ ୨ ୟୁନିଟ୍ ରାପିଡ୍ ଆକ୍ସନ ଫୋର୍ସ ମୁତୟନ କରାଯାଇଛି ବୋଲି ସୂଚନା ମିଳିଛି ।

ସେହିପରି ଭୁବନେଶ୍ୱରରେ ଦେବୀଙ୍କ ମେଢ଼ ବିସର୍ଜନ ଲାଗି ବିଭିନ୍ନ ସ୍ଥାନ ଧାର୍ଯ୍ୟ କରାଯାଇଛି । ଅନେକ ମେଢ଼ ସହିଦନଗର ପୂଜା ମଣ୍ଡପ, ଅନ୍ୟଗୁଡିକ ଆରଟିଓ ୨ ଅଫିସ ଗ୍ରାଉଣ୍ଡରେ ସମ୍ମିଳିତ ହେବେ ବୋଲି ଜଣାପଡିଛି । ଭସାଣି ଉତ୍ସବ ସମୟ ନିର୍ଘଣ୍ଟ କରାଯାଇଛି ବୋଲି ସୂଚନା ମିଲିଥିଲା ।

ସଂନ୍ଧ୍ୟା ୪ଟାରୁ ୫ଟା ମଧ୍ୟରେ ସମସ୍ତ ପହଂଚାଇବା ଲାଗି ନିର୍ଦ୍ଦେ ଦେଇଛନ୍ତି ପୁଲିସ କମିଶନର୍ । ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ରାଜଧାନୀ ସୁରୁଖୁରୁରେ ଯାତାୟାତ କରିବା ପାଇଁ ରୋଡ୍ ମ୍ୟାପ୍ କରାଯାଇଛି । ଏହି ସମସ୍ତ ମୂର୍ତ୍ତି କୁଆଖାଇ ଓ ଦୟା ନଦୀର ଏକ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ ।

ସେହିପରି ରାଉକେଲାରେ ବିସର୍ଜନ କରିବା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।