ପ୍ରଦୀପ ଦାଶଙ୍କୁ ‘ଶାରଳା’ ପୁରସ୍କାର ହରମୋହନ ଖୁଣ୍ଟିଆଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଓ ଲଲାଟ ମୋହନ ପଟ୍ଟନାୟକଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ୪୦ତମ ଶାରଳା ପୁରସ୍କାର ପ୍ରଦାନ ଉତ୍ସବ ଶନିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ବିଶିଷ୍ଟ ଲେଖକ ଡ. ପ୍ରଦୀପ ଦାଶଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ଦାଶଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ତାଙ୍କ ରଚିତ ପୁସ୍ତକ ‘ଚରୁ ଚବୀର ଓ ଚର୍ଯ୍ୟା’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ସହ ମାନପତ୍ର, ଉପଢୌକନ ସହ ସମ୍ମାନୀତ କରାଯାଇଛି। ସେହିପରି ଉତ୍ସବରେ ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଓ ଲଲାଟ ମୋହନ ପଟ୍ଟନାୟକଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ ପ୍ରଦାନ କରାଯାଇଛି। ଉଭୟଙ୍କୁ ପୁରସ୍କାର ରାଶି ସ୍ୱରୂପ ଦେଢ଼ଲକ୍ଷ ଟଙ୍କାର ଅର୍ଥରାଶି ସମେତ ଓ ମାନପତ୍ର ପ୍ରଦାନ କରାଯାଇଛି।

ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲସ୍ ଆଣ୍ଡ୍ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ(ଇମ୍ପାକ୍ଟ) ଆନୁକୂଲ୍ୟରେ ଅନୁଷ୍ଠିତ ୪୦ତମ ‘ଶାରଳା ପୁରସ୍କାର ଉତ୍ସବ-୨୦୧୯’ରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନୋନୀତ ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ। ସଭାରେ କର୍ଣ୍ଣାଟକର ବିଶିଷ୍ଟ ସାହିତ୍ୟିକ ବିବେକ ଶାନଭାଗ୍, ସୁଲେଖିକା ଡ. ଯଶୋଧାରା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଧେଇଥିଲେ। ପୁରସ୍କାର ବିଜେତା ଡ. ପ୍ରଦୀପ ଦାଶ ପୁରସ୍କାର ଗ୍ରହଣ କରି ନିଜ ପୁସ୍ତକ ସମ୍ପର୍କରେ ଅବତାରଣା କରିବାକୁ ଯାଇ ତା’ର ସଂକ୍ଷିପ୍ତ ସାର ସତ୍ୟଟି ଉପସ୍ଥାପନ କରିଥିଲେ। ସେ କହିଥିଲେ, ‘ଆବଶ୍ୟକତା ଓ ଅସ୍ମିତାର ଶିଳ୍ପ ରୂପାୟନ ହିଁ ମୋର ଉପନ୍ୟାସ’। ରାଜ୍ୟପାଳ ଶ୍ରୀ ଲାଲ, ଓଡ଼ିଶା ଭଳି ରାଜ୍ୟରେ ବିଶ୍ୱ ବ୍ରହ୍ମାଣ୍ଡରେ ନାହିଁ ବୋଲି କହିଥିଲେ। ସେ କହିଥିଲେ, ଏହା ଏଭଳି ଏକ ରାଜ୍ୟ, ଯେଉଁଠି ଦୈନିକ ସକାଳ ଓ ସନ୍ଧ୍ୟାରେ ଭଗବତ ପାଠ କରାଯାଇଥାଏ। ଶ୍ରୀ ଶାନଭାଗ୍, ପ୍ରଥମ ଥର ଓଡ଼ିଶା ଆସିଥିବାବେଳେ ସେ ଓଡ଼ିଆ ଭାଷା, ସାହିତ୍ୟ ସହ ଫକିରମୋହନଙ୍କଠୁ ଆରମ୍ଭ କରି ପ୍ରତିଭା ରାୟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କଥା ସାହିତ୍ୟିକୁ ନିଜ ବକ୍ତବ୍ୟରେ ସ୍ମରଣ କରିଥିଲେ।

କାର୍ଯ୍ୟକ୍ରମର ଦ୍୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ଶାନଭାଗ୍ ବକ୍ତବ୍ୟ ରଖିବା ସହ ମଞ୍ଚରେ ଡ. ଯଶୋଧାରା ଦାଶ, ଶାରଳା ପୁରସ୍କାର ବିଜେତା ଡ. ପ୍ରଦୀପ ଦାଶ, ଶାରଳା ପୁରସ୍କାର ଉପଦେଷ୍ଟାମଣ୍ଡଳୀ ସଦସ୍ୟ କାର୍ଯ୍ୟକାରୀ ସଭାପତି ଡ. ମାଳବିକା ରାୟ, ସମ୍ପାଦକ ରାଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଟ୍ରଷ୍ଟି ପାରମିତା ମହାପାତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ ସମ୍ପାଦକ ଶ୍ରୀ ମିଶ୍ର ଉପସ୍ଥିତ ଥିଲେ।