ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଥିବା ପଞ୍ଜାବୀ ମଠକୁ ସୋମବାର ଅପରାହ୍ଣରେ ଜିଲ୍ଲା ପ୍ରଶାସନ ସିଲ କରିଦେଇଛି। ସୂଚନା ଅନୁଯାୟୀ ରବିବାର ରାତ୍ରିରେ ଉକ୍ତ ମଠର ଏକ କୋଠରୀରୁ କୋରେକ୍ସ ମିଳିଥିଲା। ତେବେ ମଠକୁ ଅସାମାଜିକ ଲୋକେ ବଳପୂର୍ବକ ଦଖଲ କରି ତାଲା ପକାଇ ରଖି ସେଠାରେ ନିଶା ଔଷଧ କାରବାର କରିବା ସହ ଅନେକ ପ୍ରକାର ଅପରାଧିକ କାର୍ଯ୍ୟକଳାପ ପାଇଁ ଯୋଜନା ହେଉଥିବା ପୁଲିସ ଖବର ପାଇଥିଲା। ଏ ନେଇ ସୋମବାର ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ ପଞ୍ଜାବୀ ମଠରେ ପଶି ପ୍ରକୋଷ୍ଠଗୁଡ଼ିକର ତାଲା ଭାଙ୍ଗି ଯାଞ୍ଚ କରିବା ସହ ଆସବାବପତ୍ରଗୁଡ଼ିକୁ ବାହାର କରିଛି। ଏହି ସମୟରେ ମଠରୁ କୋରାକ୍ସ ମିଳିଥିବା ସୂଚନା ମିଳିଛି।