ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ଟ୍ରାକ୍ଟର ଜବତ, ୩୦ ହଜାର ଟଙ୍କା ଜୋରିମାନା ଆଦାୟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ତୁରୁମୁଙ୍ଗା ଆରଆଇ ସର୍କଲ ଝାରବେଡା ନାଳରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବାବେଳେ ପାଟଣା ତହସିଲଦାର ଚଢ଼ଉ କରି ୩ଟି ଟ୍ରାକ୍ଟର ଜବତ କରିଛନ୍ତି। ଏଥି ସହିତ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଏହି ଚଢ଼ଉରେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କ ସମେତ ତହସିଲ କର୍ମଚାରୀ ସାମିଲ ଥିଲେ। ତୁରୁମୁଙ୍ଗା ଆରଆଇ ସର୍କଲରେ ପୂର୍ବରୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା।