ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବଜ୍ରକାପ୍ତା ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଆଉ ୨ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଏ ନେଇ ପ୍ରତିଦିନ ବିଭିନ୍ନ ସ୍ଥାନରେ ବନବିଭାଗ କର୍ମଚାରୀ ଚଢ଼ଉ କରି ଚୋରା ଚାଲାଣ ହେବାକୁ ଥିବା ବଜ୍ରକାପ୍ତାକୁ ଜବତ କରୁଥିବା ବେଳେ ଏହି ଚୋରା ଚାଲାଣ ଲିଙ୍କ କେବଳ ରାଜ୍ୟ ବାହାରକୁ ନୁହେଁ ବରଂ ଦେଶ ବାହାରକୁ ବ୍ୟାପି ଥିବା ପୁଲିସ ସନ୍ଦେହ କରୁଛି।
ଏହି କ୍ରମରେ ଆଠଗଡ଼ ବନବିଭାଗ କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ଚଢ଼ଉ କରି ଶୁକ୍ରବାର ଆଉ ୨ଜଣ ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବଜ୍ରକାପ୍ତା କାତି ଓ ବାରହା ଦାନ୍ତ ଜବତ ହୋଇଛି। ଗିରଫ ପୂର୍ବରୁ ସେମାନେ ଚୋରା ଚାଲାଣ ପାଇଁ ଥିବା ବଜ୍ରକାପ୍ତା ଛାଡ଼ି ଦେଇଥିବା ଅନୁମାନ କରାଯାଉଛି।