ବେଆଇନ ଭାବେ ତୀର୍ଥ ଯାତ୍ରୀଙ୍କ ଠାରୁ ଚାନ୍ଦା ଆଦାୟକୁ ନେଇ ଉତ୍ତେଜନା

ବାଲେଶ୍ୱର,ଏନ୍ଏନ୍ଏସ୍: ଜଳେଶ୍ୱର ଏନ୍ଏଚ୍– ୬୦ରେ ବେଆଇନ ଭାବେ ଚାନ୍ଦା ଆଦାୟ ଘଟଣାକୁ ନେଇ ସାଧାରଣରେ ଉତ୍ତେଜନା ଦେଖାଦେଇଛି। ସୂଚନାକ୍ରମେ ବିହାରରୁ ଓଡ଼ିଶା ଆସୁଥିବା ତୀର୍ଥ ଯାତ୍ରୀ ବସରୁ ଲକ୍ଷ୍ମଣନାଥ ଠାରେ କେତେକ ଅସାମାଜିକ ବ୍ୟକ୍ତି ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିଲେ। ଏହାକୁ ତୀର୍ଥ ଯାତ୍ରୀ ବିରୋଧ କରିବାରେ ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିମାନେ ତାଙ୍କୁ ଧମକ ଦେବା ସହ  ଜଣକା ୫୦୦୦ଟଙ୍କା ମାଗିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା।

ଏ ସମ୍ପର୍କରେ ପୁଲିସକୁ ସୂଚନା ଦେବାରେ ପୁଲିସ ୫ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି।