ବେଆଇନ ୧୧୭୦ ବୋତଲ କଫ ସିରଫ ଜବତ : ୫ ଗିରଫ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ପୁଲିସ ବେଆଇନ କଫ ସିରଫ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଯାଇ ୫ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ବଲାଙ୍ଗିରର ସନ୍ତୋଷ କୁମାର ମେହେର ଓ ଶ୍ରୀକାନ୍ତ ନାୟକ ଏବଂ ବରଗଡ଼ର ଏମଡି ନିଶାଦ, ନୌଶଦ ଖାନ୍, ସରୋଜ ଭୋଇ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ବ୍ୟକ୍ତିଙ୍କଠାରୁ ୧୧୭୦ ବୋତଲ କଫ ସିରଫ, ନିଶା ବଟିକା , ୨ଟି ଚାରି ଚକିଆ ଗାଡ଼ି ଜବତ ହୋଇଛି । ଏନେଇ ଟାଉନ ଥାନା ପୁଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।