ଆଇଆଇଏଫଟି ପରୀକ୍ଷା ଲାଗି ରେଜିଷ୍ଟ୍ରେସନ ଆରମ୍ଭ, ଡିସେମ୍ବର ୧ରେ ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଡିସେମ୍ବରରେ ଦି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଫରେନ୍ ଟ୍ରେଡ୍ (ଆଇଆଇଏଫଟି) ଏମବିଏ ପ୍ରବେଶିକା ପରୀକ୍ଷା ଲାଗି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସର୍ବଭାରତୀୟସ୍ତରରେ ଏହି ପ୍ରବେଶିକା ପରୀକ୍ଷାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପରିଚାଳନା କରିବ।

ତେବେ ଏହି ପରୀକ୍ଷା ଲାଗି ପଞ୍ଜିକରଣ ପ୍ରକ୍ରିୟା ସେପ୍ଟେମ୍ବର ୯ରୁ ନଭେମ୍ବର ୯ତାରିଖ ପର୍ଯ୍ୟନ୍ତ ଚାଲିବ। ନଭେମ୍ବର ୧୧ରେ ଛାତ୍ରଛାତ୍ରୀଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯିବ। ଡିସେମ୍ବର ୧ରେ ପ୍ରବେଶିକା ପରୀକ୍ଷା ହେବ। ଏହାର ରେଜଲ୍ଟ ଡିସେମ୍ବର ୧୧ରେ ପ୍ରକାଶ ପାଇବ। ଏହି ପରୀକ୍ଷା ଲାଗି +୩ରେ ସାଧାରଣବର୍ଗଙ୍କ ଲାଗି ୫୦% ମାର୍କ ରଖିବା ବାଧ୍ୟତାମୂଳକ।

ଏହି ପ୍ରବେଶିକା ପରୀକ୍ଷା ଅନଲାଇନ ମାଧ୍ୟମରେ ବା ସିବିଟି(କମ୍ପ୍ୟୁଟର ବେସଡ୍ ଟେଷ୍ଟ) ପଦ୍ଧତିରେ କରାଯିବ। ପରୀକ୍ଷାର ଅବଧି ୨ଘଣ୍ଟା ଏବଂ ମୋଟ୍ ୧୦୦ମାର୍କର ପରୀକ୍ଷା କରାଯିବ।