ଅଭିଯୁକ୍ତ ସହ ସହ ସେଲଫି ମହଙ୍ଗା ପଡିଲା, ଥାନାଧିକାରୀଙ୍କୁ ବଦଳି

ପୁରୀ,ଏନନେଏନଏନଏସ୍: ହତ୍ୟା ମାମଲାରେ ଗିରଫ ହୋଇଥିବା ଜଣେ ଅପରାଧୀ ସହ ସେଲଫି ଉଠାଇବା ଆଇଆଇସିଙ୍କ ପାଇଁ ମହଙ୍ଗା ପଡିଛି। ସେଲଫି ଉଠାଇବା ଅଭିଯୋଗରେ ଚନ୍ଦ୍ରଭାଗା ସାମୁୁଦ୍ରିକ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି । ଚନ୍ଦ୍ରଭାଗା ସାମୁୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ହତ୍ୟା ମାମଲାରେ ଅଭିଯୁକ୍ତ ଜଣେ ଅପରାଧୀକୁ ଗିରଫ କରି ଥାନାକୁ ଆଣିବା ବେଳେ ସେ ତା’ସହିତ ସେଲଫି ଉଠାଇଥିଲେ।

ଏହା ଗଣମାଧ୍ୟମରେ ଭାଇରାଲ ହୋଇଥିଲ। ଘଟଣା ଜଣାପଡିବା ପରେ ଏସପିଙ୍କ ନିର୍ଦେଶ ଅନୁସାରେ ତାଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ​‌