ଅଭିଯୁକ୍ତ ସହ ସେଲଫି : ଆଇଆଇସି ନିଲମ୍ବିତ

ପୁରୀ, ଏନ୍ଏନ୍ଏସ୍ : ଅଭିଯୁକ୍ତ ସହ ସେଲଫି ଉଠାଇଥିବା ଚନ୍ଦ୍ରଭାଗା ମେରାଇନ ଥାନାର ଆଇଆଇସି ବୁଲୁ ମୁଣ୍ଡାଙ୍କୁ ନିଲମ୍ବିତ କରାଯାଇଛି। ପୁଲିସ ଡିଜି ବି.କେ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସୂଚନା ଅନୁଯାୟୀ, ଗତ ୫ତାରିଖ ପୂର୍ବାହ୍ନରେ ଅସ୍ତରଙ୍ଗର ଆଳସାହି ଛକରେ ଘଟିଥିବା ଦିଲ୍ଲୀପ କୁମାର ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁନା ଓରଫ ରାଧାମୋହନ ବିଶ୍ୱାଳ(୨୬)କୁ ଗିରଫ କରି ନେଉଥିବା ସମୟରେ ଆଇଆଇସି ବୁଲୁ ମୁଣ୍ଡା ସେଲଫି ନେଉଥିଲେ। ଏହି ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବା ସହ ପୁଲିସ ଶୃଙ୍ଖଳାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବିବାଦ ବଢ଼ିବା ପରେ ପୁରୀ ଏସପି ଆଇଆସିଙ୍କୁ ବଦଳୀ କରିଥିଲେ। ପୁଲିସ ଡିଜି ବି.କେ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସିଙ୍କୁ ନିଲମ୍ବିତ କରାଯାଇଛି ବୋଲି ଜଣାପଡ଼ିଛି।