କଟକ ଜିଲ୍ଲାରେ ଥାନା ଅଧିକାରୀଙ୍କୁ କରୋନା; ଏସ୍‌ଡିପିଓଙ୍କ ହେବ କରୋନା ଟେଷ୍ଟ

କଟକ,ଏନ୍ଏନ୍ଏସ୍: କଟକ ଜିଲ୍ଲା ବଡମ୍ବା ଥାନା ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସମ୍ପୂର୍ଣ୍ଣ ଥାନାକୁ କଣ୍ଟେନମେଣ୍ଟ କରାଯାଇଛି। ଗତ କିଛିଦିନ ଧରି ତାଙ୍କୁ ଜ୍ୱର ଲାଗି ରହିଥିବାବେଳେ ଦୁଇ ଦିନ ତଳେ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି।

ଏଥିସହ ଥାନାର ଆଉ ୭ ଜଣ କର୍ମଚାରୀଙ୍କୁ ଜ୍ୱର ହୋଇଥିବା ଜଣାପଡ଼ିଛି। ଏ ନେଇ ଥାନାର ସମସ୍ତ ର୍କମଚାରୀଙ୍କ ସ୍ୱାବ ଟେଷ୍ଟ କରାଯିବ। ଅନ୍ୟପଟେ ଗତଦିନରେ ଆଠଗଡ଼ ଏସ୍‌ଡିପିଓ ମଧ୍ୟ ଥାନା ପରିଦର୍ଶନରେ ଆସିଥିବାରୁ ତାଙ୍କର ମଧ୍ୟ ସ୍ୱାବ ଟେଷ୍ଟ ହେବ ବୋଲି ନିଜେ ଏସ୍‌ଡିପିଓ ଆଲୋକରଞ୍ଜନ ରାଏ ସୂଚନା ଦେଇଛନ୍ତି। ତେବେ ଗତକାଲିଠାରୁ ସମସ୍ତ ଥାନା କର୍ମଚାରୀ ଥାନାରେ ରହିଥିବା ଜଣାପଡ଼ିଛି।