ଗିରଫ ହେଲେ ନିହଲପ୍ରସାଦ ଥାନା ଆଇଆଇସି

ଢେଙ୍କାନାଳ,ଏନ୍ଏନ୍ଏସ୍: ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନାର ଆଇଆଇସି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସୂଚନା ଅନୁସାରେ, ନିହଲପ୍ରସାଦ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଗୋଟିଏ ମାମଲାରେ ୩୦୭ ଦଫା ଉଠାଇବା ନିମନ୍ତେ ୬୦୦୦ ଟଙ୍କା ଦାବି କରିଥିଲେ। ତେବେ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ ଚାଲୁଥିବାର ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।