ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,ଏନ୍ଏନ୍ଏସ୍: ୧୯୮୭ ମସିହା ବ୍ୟାଚର ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ସୁପାରିଶ ହୋଇଥିବା ବେଳେ ଏଥିରେ ମୋହର ମାରିଛନ୍ତି ରାଷ୍ଟ୍ରପତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ ଠକେଇ ଅଭିଯୋଗରେ ଗିରଫ କରାଯାଇଛି ଉଭୟ ପାଠକ ବାପ ପୁଅ ଏବେ ଜେଲରେ ଅଛନ୍ତି।