ଏପ୍ରିଲ୍‌ ୨୫ରୁ ଆଇସିଏସ୍‌ଇ ଓ ଆଇଏସ୍‌ସି ସେମିଷ୍ଟର-୨ ପରୀକ୍ଷା

ଭୁବନେଶ୍ବର,ଏନ୍ଏନ୍ଏସ୍: କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ସାମିନେସନ (ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଆଇସିଏସ୍‌ଇ (ଦଶମ) ଓ ଆଇଏସ୍‌ସି (ଦ୍ବାଦଶ) ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସେମିଷ୍ଟର୍‌-୨ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ପୂର୍ବ ଘୋଷଣା ଅନୁଯାୟୀ, ଏପ୍ରିଲ ଶେଷ ସପ୍ତାହ ତଥା ଏପ୍ରିଲ୍‌ ୨୫ରୁ ପରୀକ୍ଷା ଆରମ୍ଭ ହେବ।

ପୂର୍ବାହ୍ନ ୧୧ଟାରୁ ଆଇସିଏସ୍‌ଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଅପରାହ୍‌ଣ ୨ଟାରୁ ଆଇଏସ୍‌ସି ପରୀକ୍ଷା ହେବ। ସମସ୍ତ ବିଷୟର ଅବଧି ଦେଢ଼ ଘଣ୍ଟା ଲେଖାଏଁ ରହିଛି। ପ୍ରଥମ ଦିନରେ ଉଭୟ ଶ୍ରେଣୀର ଇଂରାଜୀ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ଆଇସିଏସ୍‌ଇ ପରୀକ୍ଷା ମେ’ ୨୦ ଯାଏ ଚାଲିବାକୁ ଥିବା ବେଳେ ଆଇଏସ୍‌ସି ପରୀକ୍ଷା ଜୁନ୍‌ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।