ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ଟେଷ୍ଟ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ଆଇସିଏମଆର ସବୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି। ସମସ୍ତ ରାଜ୍ୟ ସରକାରଙ୍କ ସହିତ ସରକାରୀ ଓ ଘରୋଇ ହସ୍ପିଟାଲକୁ ମଧ୍ୟ ଟେଷ୍ଟ୍ ପାଇଁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଆରଟି-ପିସିଆର ସହିତ ରାପିଡ ଆଣ୍ଟିଜେନ ଓ ସେରୋସର୍ଭେ ଆଣ୍ଟିବଡ଼ି ଟେଷ୍ଟ୍ ଉପରେ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଛନ୍ତି। କେବଳ କରୋନା ପରୀକ୍ଷା, କଣ୍ଟାକ୍ଟ ଟ୍ରେସିଂ ଓ ଚିକିତ୍ସା ଦ୍ୱାରା ହିଁ ଏହାର ମୁକାବିଲା କରାଯାଇପାରିବ ବୋଲି କୁହାଯାଇଛି। ଦେଶରେ କୌଣସି ଲକ୍ଷଣ ଥିବା ବ୍ୟକ୍ତି ଯେପରି ଏହି ଟେଷ୍ଟରୁ ବାଦ୍ ନପଡ଼ନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।