ଏମ୍ସଟର୍ଡମ,ଏଜେନ୍ସି: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ତୀବ୍ର କରିଦେଇଛି। ରୁଷିଆ ମଙ୍ଗଳବାର କିଭ୍ସ୍ଥିତ ଟିଭି ଟାୱାରକୁ ଧ୍ୱଂସ କରିଦେଇଛି। ୟୁରୋପୀୟ ସଂଘ ଅଧିକ କାର୍ଯ୍ୟାନୁଷ୍ଠାନ ନେଉଛି। ରୁଷିଆ ଉପରେ ଲଗାତାର କଟକଣା ଲଗାଉଛି। ଏବେ ୟୁରୋପୀୟ ସଂଘ ରୁଷିାର ସ୍ଥାନୀୟ ମିଡିଆ ସ୍ପୁଟନିକ ଉପରେ ମଧ୍ୟ କଟକଣା ଜାରି କରିଛି। ଏହା ବ୍ୟତୀତ ଆପଲ୍ସ ମଧ୍ୟ ରୁଷିଆ ଉପରେ ନିଜର ସମସ୍ତ ଉତ୍ପାଦକୁ ବିକ୍ରି କରିବା ଉପରେ କଟକଣା ଲଗାଇ ଦେଇଛି। ଅନ୍ତର୍ଜାତୀୟ ଅଦାତଲ ରୁଷିଆ-ୟୁକ୍ରେନ୍ ସଂକଟ ନେଇ ଆସନ୍ତା ୭-୮ ତାରିଖରେ ଶୁଣାଣି କରିବେ।
କୋର୍ଟ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୭-୮ ତାରିଖ ରୁଷିଆ-ୟୁକ୍ରେନ୍ ମାମଲାରେ ଶୁଣାଣି ହେବ। ଗତ ୨୭ ତାରିଖଷର ୟୁକ୍ରେନ୍ ପକ୍ଷରୁ ଅନ୍ତର୍ଜାତୀୟ ଅଦାଲତରେ ମାମଲା ରୁଜୁ କରାଯାଇଥିଲା। ୟୁକ୍ରେନ୍ କହିଥିଲା ଯେ, ରୁଷିଆର ନରସଂହାର ରୋକିବା ନେଇ ଦାବି ମିଛି। ୟୁଏନ କୋର୍ଟ କହିଥିଲେ ଯେ, ୟୁକ୍ରେନ୍ର ସୁରକ୍ଷା ପାଇଁ ତୁରନ୍ତ ଜରୁରୀ ପଦକ୍ଷେପ ନେବା ପାଇଁ ରୁଷିଆକୁ ନୋଟିସ ପଠାଇଥିଲେ।
ରୁଷିଆ ପାଇଁ କଟକଣାର ତାଲିକା ବଢ଼ି ଚାଲିଛି। କାନାଡା ପ୍ରଥମ ଥର ପାଇଁ ରୁଷୀୟ ବିମାନ ପାଇଁ ନିଜର ଆକାଶ ପରିସୀମା ବନ୍ଦ କରିଛି। ସେହିପରି ବନ୍ଦରରେ ମଧ୍ୟ ରୁଷିଆର ଜାହାଜ ଉପରେ କଟକଣା ଜାରି କରାଯାଇଛି। ଆମେରିକା ମଧ୍ୟ ରୁଷିଆ ଉପରେ କଟକଣା ଜାରି କରିଛି।