ପାଟଣାରେ କୁଆ ପଥର ବର୍ଷା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଧବାର ରାତିରେ ପ୍ରବଳ ବର୍ଷା ହୋଇଥିବା ବେଳେ ଗୁରୁବାର ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହୋଇଥିଲା। ସେହିପରି ପାଟଣାର ବିଭିନ୍ନ ସ୍ଥାନରେ ଆଜି ଦିନ ବେଳେ ବର୍ଷା ସାଙ୍ଗକୁ ପ୍ରବଳ କୁଆ ପଥର ମାଡ଼ ହୋଇଛି। କୁଆ ପଥର ବର୍ଷା ବେଶ୍ କିଛି ସମୟ ଧରି ହେବା ଫଳରେ ଲୋକଙ୍କ ଘର, ବାହାରେ କୁଆ ପଥର ଏକାଠି ହୋଇ ତୁଷାରପାତର ଭ୍ରମ ସୃଷ୍ଟି କରିଛି।

ବସନ୍ତ ପଞ୍ଚମୀରେ କୁଆ ପଥର ବର୍ଷା ସ୍ଥାନୀୟ ଲୋକଙ୍କ ମନରେ ବେଶ ଆନନ୍ଦ ଭରି ଦେଇଛି।