ଆଇସିସିର ରାଙ୍କିଙ୍ଗ ପରିବର୍ତ୍ତନ ନିୟମରେ ଅଷ୍ଟ୍ରେଲିଆକୁ ଫାଇଦା, ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ,ଏଜଜନ୍ସି: କୋଭିଡ-୧୯ ମହାମାରୀ କାରଣରୁ ଆଇସିସି ପଏଣ୍ଟ ସିଷ୍ଟମରେ ପରିବର୍ତ୍ତନ କରିଛି। ଅନିଲ କୁମ୍ବଲେଙ୍କ ଅଧ୍ୟକ୍ଷତାରେ ଥିବା କ୍ରିକେଟ ସମିତିର ସୁପାରିଶକୁ ଆଇସିସି ମଞ୍ଜୁରୀ ପ୍ରଦାନ କରିଛି। ଏବେ ବିଶ୍ୱ କ୍ରିକେଟ ରାଙ୍କିଙ୍ଗ ନିଷ୍ପତ୍ତି ପଏଣ୍ଟ ପ୍ରତିଶତ ଆଧାରରେ ନିଆଯିବ ।

ଏହି ନିଷ୍ପତ୍ତି ପରେ ଅଷ୍ଟ୍ରେଲିଆ ଟିମ୍ ଶୀର୍ଷରେ ପହଞ୍ଚି ଯାଇଛି । ଭାରତୀୟ ଦଳ ଏହି ନିଷ୍ପତ୍ତିରେ କ୍ଷତି ସହିଛି। ଦଳ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ଅଷ୍ଟ୍ରେଲିଆର ପଏଣ୍ଟ ପ୍ରତିଶତ ୮୨.୨ ରହିଥିବା ବେଳେ ଭାରତର ହେଉଛି ୭୫ ।

କ୍ରିକେଟ କାଉନସିଲ୍ ମ୍ୟାଚରେ ମିଳିଥିବା ବିଜୟକୁ ଆଧାର କରି ପଏଣ୍ଟ ପ୍ରତିଶତ ବାହାର କରିଥାଏ। ଯେଉଁ ସିରିଜ ମହାମାରୀ ପାଇଁ ଖେଳାଯାଇ ନାହିଁ ତାହାକୁ ଡ୍ର ଭାବେ ଗ୍ରହଣ କରାଯାଇଛି। ଏହି ନିୟମ ଅଷ୍ଟ୍ରେଲିଆକୁ ଫାଇଦା ଦେଇଛି। ନୂଆ ନିୟମ ପୂର୍ବରୁ ବାତିଲ ସିରିଜ ଆଧାରରେ ଭାରତୀୟ ଦଳ ପାଖରେ ୪ଟି ସିରିଜରେ ୩୬୦ ଅଙ୍କ ଥିଲା। ତେଣୁ ଦଳ ରାଙ୍କ୍ ୧ରେ ରହିଥିଲା। ନୂଆ ନିୟମ ପରେ ଦଳ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ସେହିପରି ଅଷ୍ଟ୍ରେଲିଆ ତିନୋଟି ସିରିଜରେ ୨୯୬ ଅଙ୍କ ପାଇଥିଲା। କିନ୍ତୁ ପଏଣ୍ଟ ପ୍ରତିଶତ ଆଧାରରେ ଦଳ ପ୍ରଥମ ସ୍ଥାନକୁ ଆସିଯାଇଛି।