ଆଇସିସି ଆୱାର୍ଡ: ଦଶନ୍ଧିର ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ହେଲେ ମହେନ୍ଦ୍ର ସିଂ ଧୋନି

ନୂଆଦିଲ୍ଲୀ,ଏଜେନ୍ସି: ଆଇସିସି ଆୱାର୍ଡରେ ଦଶନ୍ଧିର ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ଭାବରେ ଭାରତୀୟ କ୍ରିକେଟ୍ ଦଳରେ ଦୁଇଥର ବିଶ୍ୱକପ୍ ଜିତିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମନୋନୀତ କରିଛି। ଏହି ଦଳରେ ଭାରତର ସର୍ବାଧିକ ୪ ଜଣ ଖେଳାଳି ଅଛନ୍ତି। ଏମଏସ ଧୋନିଙ୍କ ବ୍ୟତୀତ ଅନ୍ୟ ଭାରତୀୟଙ୍କ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଅଛନ୍ତି।

ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ୱେଷ୍ଟଇଣ୍ଡିଜ୍ ଭେଟେରାନ୍ କ୍ରିସ୍ ଗେଲ୍ ଦଳରେ ଓପନର୍ ପାଇଛନ୍ତି। ତିନି ନମ୍ବରରେ ଅଷ୍ଟ୍ରେଲିଆର ବର୍ତ୍ତମାନର ଅଧିନାୟକ ଆରୋନ ଫିଞ୍ଚ ସ୍ଥାନିତ ଅଛନ୍ତି। ଏହି ଟିମରେ ଇଣ୍ଡିଆର ଅଧିନାୟକ କ୍ୟାପଟେନ ବିରାଟ କୋହଲି ଚତୁର୍ଥ ସ୍ଥାନରେ ରହିଛନ୍ତି। ତେବେ ଏହି ଲିଷ୍ଟରେ କୌଣସି ପାକିସ୍ତାନ ଖେଳାଳିଙ୍କ ନାମ ନାହିିଁ।

ଦଶନ୍ଧିର ଦିନିକିଆ: ଭାରତର ରୋହିତ ଶର୍ମା, ଅଷ୍ଟ୍ରେଲିଆର ଡେଭିଡ ୱାରନର, ଭାରତର ଅଧିନାୟକ ବିରାଟ କୋହଲି, ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ, ବାଂଲାଦେଶର ସକିବ ଅଲ ହାସନ, ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନି(ଆଇଆଇସି ଅଧିନାୟକ), ନ୍ୟୁଜିଲାଣ୍ଡର ବେନ ଷ୍ଟ୍ରୋକ୍, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ଇଂଲଣ୍ଡର ଟ୍ରେଣ୍ଟ ବୋଲ୍ଟ, ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ଓ ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ସ୍ଥାନ ପାଇଛନ୍ତି।

ଦଶନ୍ଧିର ଟି-୨୦: ଭାରତର ରୋହିତ ଶର୍ମା, ୱେଷ୍ଟଇଣ୍ଡିଜ କ୍ରିସ ଗେଲ, ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ, ଭାରତର ଅଧିନାୟକ ବିରାଟ କୋହଲି, ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ, ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସୱେଲ, ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନି(ଆଇଆଇସି ଅଧିନାୟକ), ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡ, ଆଫଗାନିସ୍ଥାନର ରାସିଦ ଖାନ, ଭାରତର ଜସପ୍ରିତ ବୁମରା ଓ ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ସ୍ଥାନ ପାଇଛନ୍ତି।