ଆସିଏଆଇ ପରୀକ୍ଷାର ଆବେଦନ ତାରିଖ ୧୨କୁ ଘୁଞ୍ଚିଲା

ଭୁବନେଶ୍ୱର,ଏନ୍‍ଏନ୍‍ଏସ୍‍: ଦି ଇନଷ୍ଟିଚ୍ୟୁଟ ଅଫ୍‍ ଚାର୍ଟାଡ ଆକାଉଣ୍ଟାଟସ୍‍ ଅଫ୍‍ ଇଣ୍ଡିଆ(ଆଇସିଏଆଇ) ପରୀକ୍ଷା ଲାଗି ଆବେଦନକାରୀଙ୍କ ପଞ୍ଜିକରଣ ତାରିଖ ସେପ୍ଟେମ୍ବର ୧୨କୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ସେପ୍ଟେମ୍ବର ୧୫ତାରିଖ ମଧ୍ୟରେ ଲେଟ୍‍ ଫି’ ୬୦୦ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୭ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ପରୀକ୍ଷା ଫି’ ପୈଠ କରିବାର ତାରିଖ ସେପ୍ଟେମ୍ବର ୧୦ ଧାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ଆବେଦନର ଶେଷ ତାରିଖ ୫ଦିନ ଘୁଞ୍ଚାଇ ଦିଆଯାଇଛି।

ସେହିପରି ଫାଉଣ୍ଡେସନ କୋର୍ସ ପରୀକ୍ଷା ନଭେମ୍ବର ୯, ୧୩, ୧୫ ଏବଂ ୧୭ରେ ଅନୁଷ୍ଠିତ ହେବ। ଆଇପିସି କୋର୍ସ ପରୀକ୍ଷା ନଭେମ୍ବର ୨, ୪, ୬, ୮, ୧୧, ୧୪, ୧୬ ଏବଂ ୧୮ତାରିଖରେ ଅନୁଷ୍ଠିତ ହେବ।