ଆଇଏଏସ୍ ବିଜୟ କେତନ ସସପେଣ୍ଡ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲାଞ୍ଜ ନେବା ଘଟଣାରେ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ସସପେଣ୍ଡ କରିଛନ୍ତି। ଉଦ୍ୟାନକୃଷି ବିଭାଗର ନିର୍ଦ୍ଦେଶକ ତଥା ଆଇଏଏସ୍ ଅଫିସର ବିଜୟ କେତନ ଉପାଧାୟା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସୋମବାର ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିବା ସହ ତାଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ୨୦୦୯ ବ୍ୟଚର ଆଇଏଏସ୍ ଅଫିସର ବିଜୟ କେତନ ଏକ ବିଲକୁ ପାସ କରିବା ପାଇଁ ଲାଞ୍ଚ ମାଗିଥିଲେ। ତେବେ ବିଶେଷ ସୂତ୍ରରୁ ଖବରପାଇ ଭିଜିଲାନ୍ସ ବିଭାଗର ଏକ ଟିମ୍ ଲୁଚି ରହି ତାଙ୍କୁ ଅବଜର୍ଭ କରିଥିଲେ। ତେବେ ଯୋଜନା ଅନୁସାରେ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ସେଠାରୁ ତାଙ୍କୁ କାର୍ୟ୍ୟରୁ ନିଲମ୍ବିତ କରାଯିବା ସହ ଗିରଫ କରାଯାଇଛି।