ଆଇଏଏସ୍ ସ୍ତରରେ ଅଦଳବଦଳ

ରାଜ୍ୟରେ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କୁ ଜଳସମ୍ପଦ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ରାଜ୍ୟ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ସୁଶୀଲ କୁମାର ଲୋହାନିଙ୍କୁ ରାଜ୍ୟ ନିର୍ବାଚନ କମିଶନର, ସୌମେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ଭୁବନେଶ୍ୱର ଓମଫେଡର ସିଜିଏମ୍, ପି. ଅନଭେଶା ରେଡ୍ଡୀଙ୍କୁ ଓଡିଶା ମାଇନିଂ କର୍ପୋରେସନ ଲିମିଟେଡର ଇଡି, ପାଟିଲ ଆଶିଷ ଇଶ୍ୱର ଭୁବନେଶ୍ୱର ଗ୍ରୀଡକୋର ଇଡି, ଦିବାକର ଟିଏସ୍ ଙ୍କୁ ଭୁବନେଶ୍ୱର ଓସିଏସିର ଓଏସଡି ଓ ହେମନ୍ତକାନ୍ତ ସ ଙ୍କୁ ଭୁବନେଶ୍ୱର ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।