ଆଇଏଏସଙ୍କୁ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମେଡିକାଲ କଲେଜ ଓ ହସ୍ପିଟାଲ ତଦାରଖ ପାଇଁ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ବରିଷ୍ଠ ଅଧିକାରୀମାନେ କୋର୍ଡିନେଟିଂ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଏମାନେ ସମ୍ପୃକ୍ତ ହସ୍ପିଟାଲର ପ୍ରଦର୍ଶନ ଓ ଭିତ୍ତିଭୂମିର ବିକାଶର ତଦାରଖ କରିବେ। ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସୁନ୍ଦରଗଡ ମେଡିକାଲ କଲେଜ ଓ ହସ୍ପିଟାଲ(ଏନଟିପିସି) ଓ ବୁର୍ଲା ସ୍ଥିତ ଭିମସାରର ଦାୟିତ୍ୱ ଦିଆଯାଇଛି।

ସେହିପରି ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ବାଲେଶ୍ୱର ଏଫଏମ୍ କଲେଜ ଓ ହସ୍ପିଟାଲ ଓ ବ୍ରହ୍ମପୁର ଏକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, ରାଜ୍ କୁମାର ଶର୍ମାଙ୍କୁ କେଉଁଝର ମେଡିକାଲ କଲେଜ ଓ ହସ୍ପିଟାଲ, ମୋନା ଶର୍ମାଙ୍କୁ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲ, ଅନୁଗର୍ଗଙ୍କୁ ଅନୁଗୁଳ ମେଡିକାଲ କଲେଜ ଓ ହସ୍ପିଟାଲ, ନିକୁଞ୍ଜ ବିହାରୀ ଧଳଙ୍କୁ କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲ ଓ ବଲାଙ୍ଗୀର ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ଏକେକେ ମିନାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ, ସୁରେନ୍ଦ୍ର କୁମାରଙ୍କୁ ବାରିପଦା ପଣ୍ଡିତ ରଙୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ, ହେମନ୍ତ ଶର୍ମାଙ୍କୁ ଭବାନୀପାଟଣା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଡକ୍ଟର କ୍ରିଷ୍ଣନ୍ କୁମାରଙ୍କୁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ସଂଯୋଜକ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।