କଟକ,ଏନ୍ଏନ୍ଏସ୍: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଜି ତାଙ୍କ ଜନ୍ମଦିନ ଅବସରରେ ଏକ ଭିଡିଓ ଜାରି କରି ପ୍ରଶଂସକଙ୍କୁ ମନର କଥା କହିଛନ୍ତି । ଉକ୍ତ ଭିଡିଓରେ ଅନୁଭବ କହିଛନ୍ତି ଯେ, ଚଳିତ ବର୍ଷ ମୁଁ ଜନ୍ମଦିନ ପାଳିବିନି । ଗତ ୩ରୁ ସାଢ଼େ ୩ ବର୍ଷ ହେବ ମୁଁ ମରି ମରି ବଞ୍ଚିଛି । ଯେଉଁଦିନ ମୋର ଡିଭୋର୍ସ ହେବ ସେଦିନ ମୋତେ ପୁନର୍ଜନ୍ମ ମିଳିବ । ସେଦିନ ପ୍ରକୃତ ଜନ୍ମଦିନ ପାଳନ କରିବି ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ବିବାହ ବାର୍ଷିକୀରେ ଯୋଗଦେଇ ଯେଉଁଦିନ ମୋର ଡିଭୋର୍ସ ହେବ ପାର୍ଟି ଦେବି ବୋଲି ଅନୁଭବ କହିଥିଲେ ।