‘ଶପଥ କରି କହୁଛି ଲାଞ୍ଚ ନେବିନି କି କାହାକୁ ଲାଞ୍ଚ ଦେବିନି’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭିଜିଲାନ୍ସ ସେଚେତନତା ସପ୍ତାହ ଅବସରରେ ସୋମବାର ଏଭଳି ଶପଥ ନେଇଛନ୍ତି ପଞ୍ଚାୟତିରାଜ ବିଭାଗ କର୍ମଚାରୀ। ଲୋକସଭା ଭବନରେ ଛିଡ଼ା ହୋଇ ପ୍ରମୁଖ ସଚିବଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ପର୍ଯ୍ୟନ୍ତ ଶପଥ ନେଇଛନ୍ତି।

ଶପଥ ପତ୍ରରେ ଲାଞ୍ଚ ନ ନେବା ସହିତ ଅନେକ ପ୍ରତିଶ୍ରୁତି ରହିଛି। ସାଧାରଣ ଲୋକଙ୍କ ପାଇଁ କାମ କରିବା ସହିତ ସ୍ୱଚ୍ଛତା ରଖିବା ପାଇଁ ଶପଥ ନିଆଯାଇଛି। ଏହି ପରିପ୍ରେକ୍ଷୀରେ କର୍ମଚାରୀମାନେ ଶପଥ କରିଛନ୍ତି ଯେ ଲାଞ୍ଚ ନେବିନି କି କାହାରିକୁ ଲାଞ୍ଚ ଦେବିନି।