ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ଅବନି ଲଖେରା ଇତିହାସ ରଚିବା ପରେ ତାଙ୍କ ସ୍ୱର୍ଣ ପଦକ ସମଗ୍ର ଦେଶବାସୀଙ୍କୁ ସମର୍ପିତ କରିଛନ୍ତି। ୧୯ ବର୍ଷୀୟ ଅବନୀ ପାରାଅଲମ୍ପିକ କିମ୍ବା ଅଲମ୍ପିକରେ ପଦକ ଜିତିଥିବା ପ୍ରଥମ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଅବନୀ କହିଛନ୍ତି ଯେ, ପ୍ରତ୍ୟେକ ଆଥଲୀଟ୍ ପଦକ ଜିତିବା ପାଇଁ ଖେଳିଥାଏ। ଗତ ୫ ବର୍ଷ ହେବ ପାରାଅଲମ୍ପିକରେ ଭାରତର ପ୍ରତିନିଧିତ୍ୱ କରିବା ଦିଗରେ ମୁଁ କାମ କରୁଥିଲି। ମୁଁ ଏହି ମୁହୂର୍ତ୍ତର ଅପେକ୍ଷା କରିଥିଲି। କିନ୍ତୁ ପଦକ ବିଷୟରେ ଆଦୌ ଭାବୁ ନଥିଲି। ମୁଁ ପ୍ରକ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରୁଥିଲି ଏବଂ ସଟ୍ ନେଉଥିଲି। ଏବେ ଲାଗୁଛି କି ମୁଁ ଦୁନିଆର ଶୀର୍ଷରେ ଅଛି। ଏହି ଭାବନା ପ୍ରକାଶ କରିହେବ ନାହିଁ। ଏହି ପଦକ ମୋର ନୁହେଁ, ସମଗ୍ର ଦେଶବାସୀଙ୍କର।