ଚୌଦ୍ୱାର ଜେଲ ଗଲା ହାଇଦର

ଭୁବନେଶ୍ୱର, ଏନ୍ଏନ୍ଏସ୍: ଚୌଦ୍ୱାର ଜେଲ ଗଲା ହାଇଦର। କାଲିଠୁ ହାଇଦରର ରିମାଣ୍ଡ ଆରମ୍ଭ ହେବ। ଆସନ୍ତାକାଲି ସକାଳ ୭ଟାରୁ ୨୩ ତାରିଖ ସକାଳ ୭ ପର୍ଯ୍ୟନ୍ତ ରିମାଣ୍ଡ ଅବଧି ରହିଛି। ସୂଚନାଯୋଗ୍ୟ ଯେ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦର ଅଲ୍ଲୀ ପୁଲିସକୁ ଚକମା ଦେଇ ଏସସିବି ମେଡିକାଲରୁ ଫେରାର ହୋଇଯାଇଥିଲା। ହାଇଦର ଅଲ୍ଲୀ ୨ଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ସର୍କଲ ଜେଲରେ ଆଜୀବନ କାରାଦଣ୍ଡରେ ଥିଲା। ସେ ଦୀର୍ଘ ୧୬ ବର୍ଷ ହେଲା ଜେଲରେ ଥିଲା। ସେଠାରେ ସେ ଅସୁସ୍ଥ ହୋଇପଡିବାରୁ ତାକୁ ପ୍ରଥମେ ବୁର୍ଲା ଓ ପରେ କଟକ ଏସସିବି ମେଡିକାଲକୁ ଅଣାଯାଇଥିଲା। ଚିକିତ୍ସା ପରେ ୧୦ ତାରିଖ ଦିନ କୌଶଳକ୍ରମେ ହାଇଦର ଅଲ୍ଲୀ ଫେରାର ହୋଇଯାଇଥିଲା।