ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

ଢେଙ୍କାନାଳ, ଏନ୍ଏନ୍ଏସ୍: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳରାମ ପୁର ରାଗଡା ସାହିରେ ଘଟିଛି ଏକ ଭିଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହୋଇଛି ଏହି ହତ୍ୟାକାଣ୍ଡ । ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ପରେ ଫେରାର ହୋଇଯାଇଛି ଅଭୁଯୁକ୍ତ ସ୍ୱାମୀ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହକୁ ପୋଲିସ ଡାଇନିଂ ଘରୁ ଜବତ କରିଛି ।