ସ୍ତ୍ରୀ ଆଗରେ ବ୍ରିଜ ତଳକୁ ଡେଇଁ ପଡିଲେ ସ୍ବାମୀ

ସ୍ବାମୀର ଆତ୍ମହତ୍ୟା ସ୍ତ୍ରୀ ନିଜ ଆଖି ଆଗରେ ଦେଖିଲେ । ତେବେ ଜଣେ ବ୍ୟକ୍ତି ତାଙ୍କର ସ୍ତ୍ରୀ ଓ ପୁଅକୁ ବାଇକରେ ବସାଇ ନେଉଥିଲେ । ହଠାତ କୌଣସି କାରଣକୁ ନେଇ ସଂମ୍ପୃକ୍ତ ବ୍ୟକ୍ତି ଜଣକ କଟକ କାଠଯୋଡି ବ୍ରିଜ ଉପରେ ଅଟକାଇ ଦେଇଥିଲେ । ବାଇକରୁ ସ୍ତ୍ରୀ ଓ ପିଲାକୁ ଓହ୍ଲାଇ ଦେଇ ନିଜେ କାଠଯୋଡି ବ୍ରିଜ ତଳକୁ ଡେଇଁ ପଡିଥିବା ଜଣାପଡିଛି ।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଓଡ୍ରାଫ୍‌ ଟିମ୍‌କୁ ଖବର ଦେବା ପରେ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମାତ୍ର ଉଦ୍ଧାର କରିବାକୁ ଆସିଥିବା ଓଡ୍ରାଫ୍ ଟିମ୍‌ର ବୋଟ୍ ଅନେକ ସମୟ ଧରି ଷ୍ଟାର୍ଟ ନ ହେବାରୁ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିଛି ସମୟ ପରେ ବୋଟ୍‌ ଷ୍ଟାର୍ଟ ହେବାରୁ ଟିମ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ ଯୁବକଙ୍କ ସନ୍ଧାନ ମିଳି ନ ଥିବାରୁ ସ୍କୁବା ଡାଇଭର୍ ଗଭୀର ପାଣିରେ ତାଙ୍କୁ ଖୋଜିବେ ବୋଲି ସୂଚନା ମିଳିଛି।