ବଜ୍ରାଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର

ରାମନାଗୁଡା/ଗୁଣୁପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଘଣାନ୍ତ୍ରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଘଣାନ୍ତ୍ରୀ ଗ୍ରାମର ରେବତୀ ଶବର।

ସୂଚନା ଅନୁସାରେ ସେ ଆଜି ଅପରାହ୍ନରେ ଘଣାନ୍ତ୍ରୀ ଗ୍ରାମରେ ଉଭୟ ସ୍ଵାମୀ ଓ ସ୍ତ୍ରୀ କପା କ୍ଷେତରେ କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ। ପରେ ସଙ୍ଗେ ସଙ୍ଗେ ସ୍ତାନୀୟ ବାସିନ୍ଦା ସେଠାରୁ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଭର୍ତ୍ତ କରିଥିଲେ। ମାତ୍ର ଡାକ୍ତର ସ୍ତ୍ରୀକୁ ମୃତ ଘୋଷଣା କରିଥିବା ବେଳେ ସ୍ଵାମୀ ଗୁରୁତର ଚିକିତ୍ସିତ ହେଉଛନ୍ତି।