ଧୂମାଭଟା ଗାଁରେ ବଧୁ ହତ୍ୟା ଅଭିଯୋଗରେ ସ୍ୱାମୀ ବେଳପଡା ଥାନାରେ ଅଟକ

ପାଟଣାଗଡ଼,ଏନ୍ଏନ୍ଏସ୍: ବେଳପଡା ଥାନା ଅନ୍ତର୍ଗତ ଧୂମାଭଟା ଗାଁ’ର ଶବର ପଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉଦ୍ଧବ ରଣାଙ୍କ ସାନ ପୁଅ ସନ୍ୟାସୀ ରଣା ସାଇଁତଲା ଥାନା ଅନ୍ତର୍ଗତ ସିସକେଲା ଗାଁର ଚିତ୍ର ରଣାଙ୍କ ଝିଅ ସଂଗୀତା ରଣା। ବୈଦିକ ରୀତିରେ ଗତ ଜାନୁଆରୀ ମାସରେ ବାହା ହୋଇଥିଲା। ଝିଅର ଭାଇ କହିବା ଅନୁସାରେ ଉଭୟ ସିସକେଲା ଗାଁ’କୁ ରଥଯାତ୍ରା ଦେଖିବାକୁ ଯାଇଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଗାଲି ଗୁଳଜ ହୋଇଥିଲା। ପରେ ନିଜ ଗାଁ’ ଧୂମାଭଟାକୁ ଆସିଥିଲେ।

ହଠାତ ଗତକାଲି ଝିଅ ଓ ପୁଅ ମଧ୍ୟରେ ଝଗଡ଼ା ହୋଇ ଝିଅ ସନ୍ଦେହ ଜନକ ମୃତ୍ୟ ହୋଇଥିବା ପୁଅ ପରିବାର ଲୋକ କହୁଥିବା ବେଳେ ଅନ୍ୟପଟେ ଝିଅର ଭାଇ ଅଧିକ ଯୌତୁକ ନ ଦେବାରୁ ମୋ ଭଉଣୀଙ୍କୁ ମାରି ଦେଇଛନ୍ତି ବୋଲି ବେଳପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବରପାଇ ଘଟଣା ସ୍ଥଳରେ ବେଳପଡା ପୁଲିସ ଓ ମାଜିଷ୍ଟ୍ରେଟ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ପୁଅ ସନ୍ୟାସୀକୁ ଥାନାରେ ଅଟକ ରଖାଯାଇଛି। ଅଧିକ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା କହିଛନ୍ତି।