ସ୍ତ୍ରୀ ମନା କରିବାରୁ ସ୍ୱାମୀ ଏମିତି କଲା ଆଖିରେ ଲୁହ ଆସିଯିବ..

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ୧୨ ବର୍ଷ ପୂର୍ବରୁ ବିବାହ କରିଥିବା ଏବଂ ଦୁଇ ସନ୍ତାନର ଜଜନୀ ନିଜ ପ୍ରେମିକଙ୍କ ସହ ସମ୍ପର୍କ ରଖିବା ସହ ଘରୁ ପ୍ରେମିକଙ୍କ ସହ ପଳାଇ ଯିବା ଏବଂ ସ୍ୱାମୀଙ୍କୁ ବାରମ୍ବାର ଅପମାନ କରିବା ଯୋଗୁଁ ଶେଷରେ ସ୍ୱାମୀ ବିଷ ପିଇ ଆତ୍ମ ହତ୍ୟା କରିଥିବା ଜଣାପଡ଼ିଛି। ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଗୌଡଗୁଡା ପଂଚାୟତ ଏମ୍.ଭି-୯ ଗ୍ରାମରେ।

ଘଟଣାରୁ ପ୍ରକାଶ, ଏମ୍.ଭି- ୯ ଗ୍ରାମର ଅସୀମ ହାଲଦାର ୧୨ ବର୍ଷ ପୂର୍ବରୁ ସେହି ଗ୍ରାମର ଅନିତା ହାଲଦାରଙ୍କୁ ବିବାହ କରିଥିଲେ। କିନ୍ତୁ ସେହି ଗ୍ରାମର ଦିଲିପ ବିଶ୍ୱାସଙ୍କ ପୁଅ ସଞ୍ଜୟ ବିଶ୍ୱାସ ସହିତ ଅନିତାଙ୍କ ସହ ବିବାହ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା। ବିବାହ ପରେ ଅନିତା ସଞ୍ଜୟଙ୍କ ସହ ସମ୍ପର୍କ ରଖିଥିବା ସ୍ୱାମୀ ଅସୀମ ଜାଣିବା ପରେ ଏସମ୍ବନ୍ଧରେ ଗ୍ରାମବାସୀଙ୍କୁ ଜଣାଇଥିଲେ।

ଗ୍ରାମବାସୀ ସଞ୍ଜୟକୁ ତାଗିଦ କରିଥିବା ସତ୍ୱେ ସଞ୍ଜୟ ଅନିତାଙ୍କୁ ନେଇ ଫେରାର ହୋଇ ଯା୍ଇଥିଲେ। ସ୍ୱାମୀ ଅସୀମ ଆନ୍ଧ୍ର ଏବଂ କୋଲକତାରେ ଖୋଜିଲା ପରେ ଏହି ଦୁହେଁ କୋଲିକତାରେ ଥିବା ଜାଣିବାକୁ ପାଇଥିଲେ। ତେବେ ସେଠାକୁ ଯାଇ ଉଭୟଙ୍କୁ ବୁଝାସୁଝା କରି ଗ୍ରାମକୁ ଫେରାଇ ଆଣିଥିଲେ। ଗତ ତିନିଦିନ ପୂର୍ବରୁ ଫେରିଥିବା ଅନିତା ଆଜି ଅସୀମଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ଏବଂ ତାଙ୍କ ପାଖରେ ରହିବ ନାହିଁ ବୋଲି ମନା କରିଦେବାରୁ ଅପମାନ ସହି ନପାରି ଆଜି ଅସୀମ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।