ବିବାହିତ ମହିଳାଙ୍କ ଆତ୍ମହତ୍ୟା ଘଟଣା: ସ୍ୱାମୀଙ୍କୁ କୋର୍ଟ ଚାଲାଣ

ଦେଓଗାଁ,ଏନ୍‌ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଧୀନରେ ଥିବା ବନ୍ଧପଡା ଫାଣ୍ଡିର ପିପଲପଦର ଗାଁ’ରେ ବିବାହିତ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ତାଙ୍କ ସ୍ବାମୀ ପ୍ରକାଶ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତ ମହିଳା ବଲାଙ୍ଗିର ଇନ୍ଦ୍ରାନଗର ପଡାର ପ୍ରଦୀପ ସାହୁଙ୍କ ଝିଅ ଜୁବିରାଣୀ ସାହୁ। ସେ ପିପଲପଦରର ପ୍ରକାଶଙ୍କୁ ୨ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୭ ମାସର ଏକ ଶିଶୁପୁତ୍ର ରହିଛି।

ବିବାହର କିଛି ମାସ ପରେ ପରିବାର ପକ୍ଷରୁ ଜୁବିରାଣିଙ୍କୁ ଯୌତୁକ ନିର୍ଯାତନା ଦେଇ ହତ୍ୟା କରିବା ପରେ ଆତ୍ମହତ୍ୟା ରୂପ ଦେଇଥିବା ନେଇ ମୃତାଙ୍କ ବାପା ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ପ୍ରକାଶଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ପକ୍ଷରୁ ଜଣାପଡିଛି।