ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଦେବଗଡ଼, ଏନଏନଏସ: ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମ ବାରହତା ସାହିରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜଣେ ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ର ଶୋଚନୀୟ ମୃତ୍ୟୁ ଘଟିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ କଲା ଗ୍ରାମ ବାରହତା ସାହିରେ ରହୁଥିବା ସଂବାରୁ ଶବର (୪୫) ନିଜ ସ୍ତ୍ରୀ ମେଘି ଶବର (୪୦) ଙ୍କ ସହ ଟଙ୍କା ପଇସା କୁ କେନ୍ଦ୍ରକରି ଆଜି ଅପରାହ୍ନ ରେ ପାଟି ତୁଣ୍ଡ କରିଥିଲା । ତେବେ କିଛି ସମୟ ପରେ ପୁଣିଥରେ ଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ନିଶାଶକ୍ତ ଥିବା ସମ୍ବକ୍ଷରୁ ଘରେ ଥିବା ଟାଙ୍ଗିଆ ସାହାଯ୍ୟ ରେ ସ୍ତ୍ରୀ ମେଘି କୁ ଆକ୍ରମଣ କରିଥଲା ।

ଫଳରେ ଘଟଣା ସ୍ଥଳରେ ମେଘିର ଶୋଚନୀୟ ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡ ପରେ ପାଖ ପଡୋଶୀ ପୁଲିସକୁ ସୂଚନା ଦେବାପରେ ବାରକୋଟ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ସଂବାରୁକୁ ଅଟକ ରଖିବା ସହ ମୃତଦେହ ଜବତ କରିଥିବାବେଳେ ଏସଡ଼ିପିଓ ସୁଲେମାନ ଏକ୍କା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।