ଚେନ୍ନାଇ ସ୍ଥିତ ହ୍ୟୁଣ୍ଡାଇ ଫ୍ୟାକ୍ଟ୍ରିର ୩ କର୍ମଚାରୀ କରୋନ ପଜିଟିଭ ଚିହ୍ନଟ

ଚେନ୍ନାଇ,ଏନ୍ଏନ୍ଏସ୍: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ(ଏଚ୍ଏମଆଇଏଲ୍) ଚେନ୍ନାଇ ସ୍ଥିତ କମ୍ପାନୀର ଉତ୍ପାଦନରେ କାର୍ଯ୍ୟ କରୁଥିବା ୩ ଜଣ କର୍ମଚାରୀ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଦେଶରେ କାର ଉତ୍ପାଦରେ ଦ୍ୱିତୀୟ ସ୍ଥାନରେ ଥିବା ଏହି କମ୍ପାନୀ ମେ’ ୮ରୁ ଚେନ୍ନାଇ ସ୍ଥିତ ଇରୁଙ୍ଗାଟୁକୋଟାଇରେ ଥିବା ଫାକ୍ଟ୍ରିରେ ଉତ୍ପାଦନ କାର୍ଯ୍ୟ ଆରମ୍ଭ କରିଥିଲା।

ହ୍ୟୁଣ୍ଡାଇ ମୋଟରସ୍ ଇଣ୍ଡିଆ ଲିମିଟେଡର ସୂଚନା ଅନୁସାରେ ସେଠାରେ କାମ ଆରମ୍ଭ ହେବାର ଗୋଟିଏ ସପ୍ତାହ ପରେ ସେଠାକାର ୩ ଜଣ କର୍ମଚାରୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା। ତାଙ୍କୁ ଥଣ୍ଡା, କାଶ ଓ ଛିଙ୍କ ହେବାରେ ଲାଗିଥିଲା। ପରେ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାପାଇଁ କୁହାଯାଇଥିଲା। ପରେ ସେମାନେ କରୋନା ପଜିଟିଭ ଥିବା ଜଣାପଡ଼ିବା ସହ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି। ଏଥିସହିତ ରୋଗୀମାନେ ଏହି କ୍ଷେତ୍ରରେ ବିଶେଷ ଧ୍ୟାନ ଦେଇଥିବାରୁ ଶେୀଘ୍ର ସୁସ୍ଥ ହେଉଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହିତ କମ୍ପାନୀକୁ ସମ୍ପୂର୍ଣ୍ଣ ଆଇସୋଲେସନ କରାଯିବ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୟ ଜରୁରୀ ପଦକ୍ଷେପ ନିଆଯିବ ବୋଲି ଦକ୍ଷୀଣ କୋରିଆନ ଫାର୍ମ ପକ୍ଷରୁ କୁହାଯାଇଛି। ଏଥିସହ କର୍ମଚାରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଏଚ୍ଏମଆଇଏଲ୍ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।