କଣ୍ଟାବାଞ୍ଜିରେ ନରବଳି ଅଭିଯୋଗ

କଣ୍ଟାବାଞ୍ଜି,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ସାଲେପଡ଼ା ଅଞ୍ଚଳରେ କାଳୀପୂଜାରେ ନରବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବୁଧବାର ସାଲେପଡ଼ା ଅଞ୍ଚଳର ଏକ କୂଅରୁ ନଗ୍ନ ଅବସ୍ଥାରେ ଏକ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାଯାଇଛି। ତେବେ ତାଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି।

ମୃତକ ଜଣଙ୍କ ତୁରକେଲା ବ୍ଲକ୍‌ ମାନ୍ଦେଲା ଗାଁର ଭୁଜବଳ। ସାଲେପଡ଼ା ଗାଁର ଚଉବନ ବାବା ନାମକ ଜଣେ ବ୍ୟକ୍ତି ତାଙ୍କୁ ମଙ୍ଗଳବାର ରାତ୍ରିରେ ପୂଜା ପାଠ ପାଇଁ ମାନ୍ଦେଲା ଗାଁକୁ ଡାକିଆଣିଥିଲେ। ଏବଂ ସେ ହିଁ ତାଙ୍କୁ ବଳି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୁଲିସ ମୃତଦେହ ଜବତ କରି କଣ୍ଟାବାଞ୍ଜି ମେଡ଼ିକାଲକୁ ପଠାଇଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ପୁଲିସ ଚଉବନ ବାବାଙ୍କୁ ପଚରାଉଚୁରା କରୁଥିବା ଜଣାଯାଇଛି।