ତୁଟିଲା ହ୍ୟୁମାନ-ଶ୍ରୀୟା ବିବାଦ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ଜାରି ରହିଥିବା ପାରିବାରିକ ବିବାଦର ସମାଧାନ ହୋଇଛି । ଆପୋସ ବୁଝାମଣା ଜରିଆରେ ବିବାଦର ସମାଧାନ ହୋଇଥିବା ନେଇ ନିଜେ ହ୍ୟୁମାନ ସୂଚନା ପ୍ରଦାନ କରିଛନ୍ତି । କିଛିଦିନ ପରେ ହ୍ୟୁମାନଙ୍କ ଘରକୁ ଶ୍ରୀୟା ଆସିବେ ବୋଲି ଏସପି କହିଛନ୍ତି । ଆଜି ମହିଳା ଥାନାରେ ହ୍ୟୁମାନ ଓ ଶ୍ରୀୟା ପରିବାର ଲୋକଙ୍କ ସହ ହାଜର ହୋଇଥିଲେ ।