ବିପୁଳ ପରିମାଣର ମହୁଲି ଜବତ, ୫ ଗିରଫ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢ଼ଉ କରି ବିପୁଳ ପରିମାଣର ମହୁଲି ମଦ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ତୁରୁମୁଙ୍ଗା ଥାନା ମହିଷାମୁଣ୍ଡି ଗ୍ରାମର ବିପିନ ବିହାରୀ ନାଏକ, ପାଟଣା ଥାନା ଡ଼ିଆନାଳି ଗ୍ରାମର ଭକ୍ତ ମୋଦି, ଓ ଗୀତା ମହାନ୍ତ, କପୁଣ୍ଡି ଗ୍ରାମର ମିତୁ ସେଠୀ ଓ ତେଣ୍ଡେରା ଗ୍ରାମର ପ୍ରଦୀପ କୁମାର ବାରିକ। ଏହି ଚଢ଼ଉରେ ପାଟଣା ଅବକାରୀ ବିଭାଗ ପକ୍ଷରୁ ଦିଲ୍ଲୀପ ତାଣ୍ଡିଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।