କଙ୍ଗନାଙ୍କ ବିରୋଧରେ ବୟାନ ଦେବା ପାଇଁ କିମସନର ଅଫିସ ପହଞ୍ଚିଲେ ହ୍ରିତିକ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆଜି ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଅଫିସ ପହଞ୍ଚିଛନ୍ତି। ଆଜି କ୍ରାଇମବ୍ରାଞ୍ଚ ସମ୍ମୁଖରେ ହ୍ରିତିକ ନିଜ ବୟାନ ଦାୟର କରିବେ।

କ୍ରାଇମବ୍ରାଞ୍ଚ ୨୦୧୬ରେ ଫର୍ଜି ଇମେଲ ମାମଲାରେ ହ୍ରିତିକଙ୍କୁ ସମନ ପଠାଇଥିଲା। ହ୍ରିିତିକଙ୍କ ଉପରେ ତାଙ୍କ କୋ-ଷ୍ଟାର ତଥା ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ଫର୍ଜି ଇମେଲ ପଠାଇବାର ଆରୋପ ରହିଛି। ହ୍ରିତିକଙ୍କୁ ଶନିବାର ସଂଧ୍ୟା ସୁଦ୍ଧା କମିସନର ଅଫିସର କ୍ରାଇମ ଇଣ୍ଟଲିଜେନ୍ସ ୟୁନିଟ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ସେ ଧାର୍ୟ୍ୟ ସମୟର ଯଥା ପୂର୍ବରୁ କମିସନର ଅଫିସ ପହଞ୍ଚିଯାଇଛନ୍ତି।