‘ହାଓଡି ମୋଦୀ’ରେ ପ୍ରଦର୍ଶିତ ହେଲା ଭାରତର ବିଭିନ୍ନ ପାରମ୍ପରିକ ନୃତ୍ୟ

ହୋଷ୍ଟନ: ବହୁ ପ୍ରତିକ୍ଷାର ଅନ୍ତ ଘଟି ଆମେରିକାର ହୋଷ୍ଟନରେ ଆରମ୍ଭ ହୋଇଛି ଐତିହାସିକ ଇଭେଣ୍ଟ ହାଓଡି ମୋଦୀ। ଏଥିରେ ଆରମ୍ଭରୁ ଭାରତର ବିଭିନ୍ନ ରାଜ୍ୟର ନୃତ୍ୟର ଝଲକ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଭାରତ ପାରମ୍ପରିକ ଗୀତ ଓ ବାଦ୍ୟରେ ଉପସ୍ଥିତ ଦର୍ଶକ ଏବଂ ଅତିଥି ବିମୋହିତ ହୋଇପଡିଥିଲେ। ପରେ ବିଭିନ୍ନ ଜନସଚେତନ ଯଥା ଯୋଗ, ପ୍ରାଣାୟମ ଉପରେ ଷ୍ଟେଜ୍ ଶୋ କରାଯାଇଥିଲା।

ଆମେରିକାରେ ରହୁଥିବା ଭାରତୀୟମାନେ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆମେରିକାରେ ପ୍ରସ୍ତୁତ ହେଉଥିବା ସୁସ୍ୱାଦୁ ଭାରତୀୟ ଖାଦ୍ୟ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଆମେରିକା-ଭାରତର ଲୋକଙ୍କ ମଧ୍ୟରେ କିପରି ଭାଇଚାରା ସମ୍ପର୍କ ରହିଛି ତାହା ଫଟୋ ଓ ଭିଡିଓ ପ୍ରେଜେଣ୍ଟେସନ୍ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଟ୍ରମ୍ପକୁ ମେସେଜକୁ ରିଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ ‘ଏହା ମୋ ପାଇଁ ମହାନ୍ ଦିନ ହୋଇ ରହିବ ଓ ଟ୍ରମ୍ପଙ୍କୁ ଭେଟିବା ଅପେକ୍ଷା କରିଛି’