ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଗୃହ ପରିଚାଳନା କଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ,ଏଜେନ୍ସି: ଦୀର୍ଘ ୨୦ ବର୍ଷ ପରେ ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ଗୃହକୁ ପରିଚାଳନା କରିଛନ୍ତି। ଓଡ଼ିଶାର ସାଂସଦ ଭାବେ ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ମନୋନୀତ ହେବା ପରେ ଆଜି ଗୃହ ପରିଚାଳନା କରିଥିଲେ। ଏକ ଘଣ୍ଟାରୁ ଅଧିକ ସମୟ ଧରି ଗୃହକୁ ସୂଚାରୁ ରୂପେ ପରିଚାଳନା କରିଥିବାରୁ ରାଜ୍ୟସଭାର ସାଂସଦମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ପରିପ୍ରେକ୍ଷୀରେ କରୋନା ମହାମାରୀ ରୋଗ ସଂଶୋଧନ ବିଲ-୨୦୨୦ର ଆଲୋଚନାକୁ ସୂଚାରୁରୂପେ ପରିଚାଳନା କରିବା ସହିତ ବିଭିନ୍ନ ଦଳର ନେତାମାନଙ୍କୁ ଆଲୋଚନାରେ ଭାଗ ନେବାକୁ ସୁଯୋଗ ଦେଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ ଗତବର୍ଷ ଜୁଲାଇ ମାସରେ ରାଜ୍ୟସଭାର ଅଧ୍ୟକ୍ଷ ଏମ୍ ଭେଙ୍କିଆ ନାଇଡୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ସସ୍ମିତଙ୍କ ସମେତ ୬ ଜଣ ସଦସ୍ୟଙ୍କୁ ମନୋନୀତ କରିଥିଲେ।