ହାଟଡିହୀ ଘର ପୋଡ଼ି ଘଟଣାରେ ପୋଡ଼ିଯାଇଥିବା ଯୁବକ ମୃତ

ହାଟଡିହୀ,ଏନ୍ଏନ୍ଏସ୍: ହାଟଡ଼ିହି ବ୍ଲକ୍ ସୁନ୍ଦରାପାଳ ନିକଟରେ ରବିବାର ରାତ୍ରିରେ ସମେସ୍ତେ ଦୀପାବଳି ପାଳନରେ ଉତ୍ସବମୁଖର ଥିବାବେଳେ କୌଣସି କାରଣରୁ ଏକ ଚାଳ ଘରେ ନିଆଁ ଲାଗିଯାଇଥିଲା। ଏଥିରେ ଜଣେ ଯୁବକ ଗୁରୁତର ଭାବେ ପୋଡ଼ି ଯାଇଥିବାବେଳେ ସୋମବାର ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ସୁକଦେବ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଯିଏକି ଆନନ୍ଦପୁର ତଲହସିଲରେ କିରାଣୀ ଭାବେ କାର୍ୟ୍ୟରତ ସେ ଏହି ଘରେ ରହୁଥିଲେ। ତେବେ ସେ ଅଗ୍ନିକାଣ୍ଡ ସମୟରେ ଘରେ ଥିବାବେଳେ ତାଙ୍କ ଲୁଙ୍ଗିରେ ମଧ୍ୟ ନିଆଁ ଲାଗିଯାଇଥିଲା। ସୌଭାଗ୍ୟ ବଶତଃ ତାଙ୍କର କୌଣସି କ୍ଷତି ହୋଇନଥିବାବେଳେ ଘରଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ପରେ ଆଖପାଖ ଲୋକେ ଏହା ଦେଖି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏହି ଅଗ୍ନିକାଣ୍ଡରେ ବ୍ୟକ୍ତି ଜଣଙ୍କ ଗୁରୁତର ହୋଇଯାଇଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଆଜି ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ପୁଲିସ ତାଙ୍କର ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।