ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଗିରଫ ହେଲା ଦୀପ ସିଦ୍ଧୁ

ନୂଆଦିଲ୍ଲୀ: ଲାଲକିଲ୍ଲା ହିଂସା ମାମଲାର ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁକୁ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଆଜି ଗିରଫ କରିଛି। ଆଜି ହିଁ ଦିଲ୍ଲୀର ତୀସ ହଜାରୀ କୋର୍ଟରୁ ତାକୁ ସର୍ତ୍ତମୂଳକ ଜାମିନ ମିଳିଥିଲା।

ସୂଚନାଯୋଗ୍ୟ, ଦୀପ ସିଦ୍ଧୁ ଫେବୃଆରୀ ୯ରେ ଗିରଫ ହୋଇଥିଲା। ଦୀପ ଉପରେ ଆନ୍ଦୋଳନକାରୀ ଚାଷୀଙ୍କୁ ଉସୁକାଇବା ସହ ଅନେକ ଆରୋପ ଲାଗିଛି। ତୀସ ହଜାରୀ କୋର୍ଟରୁ ୩୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଳିକାରେ ଜାମିନ ମିଳିଥିଲା। ସର୍ତ୍ତ ଅନୁସାରେ, ପାସପୋର୍ଟ ଜମା କରିବା ସହ ଡାକରା ଗଲେ ପୁଲିସ ଷ୍ଟେସନରେ ହାଜିର, ଫୋନ୍ ନମ୍ବର ନ ବଦଳାଇବା, ହିଂସା ସହ ଜଡ଼ିତ ପ୍ରମାଣକୁ କୌଣସି ପ୍ରକାର ହେରଫେର କରିନପାରିବାର ସର୍ତ୍ତ ରହିଥିଲା । କିନ୍ତୁ ଜାମିନ ମିଳିବାର କିଛି ଘଣ୍ଟା ପରେ ଦୀପ ପୁଣି ଗିରଫ ହୋଇଛି।