ଖୋଲିବ ହୋଟେଲ୍ ଓ ରେଷ୍ଟୁରାଣ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଖୋଲିବ ହୋଟେଲ ଓ ରେଷ୍ଟୁରାଣ୍ଟ। କିଛି ସର୍ତ୍ତ ରଖି ରାଜ୍ୟ ସରକାର ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ସର୍ତ୍ତ ଅନୁସାରେ, ହୋଟେଲରେ ଥିବା ରେଷ୍ଟୁରାଣ୍ଟ କେବଳ ଇନ-ହାଉସ ଗେଷ୍ଟଙ୍କ ପାଇଁ ଖୋଲିବ। ଅନ୍ୟ ରେଷ୍ଟୁରାଣ୍ଟ ଓ ହୋଟେଲ ଚାଲିପାରିବ। ହେଲେ ସେଠାରେ ବସି ଖାଇବାକୁ ଅନୁମତି ମିଳିବନି। ସେମାନେ କେବଳ ପାର୍ସଲ ନେଇପାରିବେ। ରାସ୍ତାକଡ଼ରେ ଥିବା ଢ଼ାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ବୋଲି ସର୍ତ୍ତ ରଖାଯାଇଛି।
ସେହିପରି କଣ୍ଟେନମେଣ୍ଟ ଜୋନରେ ଥିବା ରେଷ୍ଟୁରାଣ୍ଟ ଖୋଲିପାରିବନି। କର୍ମଚାରୀମାନେ ୬ ଫୁଟର ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ।  ହାତ ପରିଷ୍କାର ଦେଖାଯାଉଥିଲେ ବି ବାରମ୍ବାର ସାବୁନ କିମ୍ବା ସାନିଟାଇଜରରେ ଧୋଇବାକୁ ପଡ଼ିବ। ଛେପ ପକାଇବାକୁ ସମ୍ପୂର୍ଣ୍ଣ ନିଷିଧ କରାଯାଇଛି।  ଏହାସହ ଖାଦ୍ୟ ଡେଲିଭରି ପାଇଁ ଯାଉଥିବା କର୍ମଚାରୀ ସିଧାସଳଖ ଗ୍ରାହକଙ୍କ ହାତରେ ଖାଦ୍ୟ ପୁଡ଼ିଆ ପ୍ରଦାନ ନକରି ଡୋର ପାଖରେ ରହିବ।