କ୍ୟାପିଟାଲ ହସ୍ପିଟାଲରେ ଆରକେଏସ୍ ମିଟିଂକୁ ନେଇ କୋକୁଆ ଭୟ

ଭୁବନେଶ୍ୱର,୨୫/ ଏନ୍ଏନ୍ଏସ୍: ସୋମବାର କ୍ୟାପିଟାଲ ହସ୍ପିଟାଲରେ ଆରକେଏସ୍ ମିଟିଂ। ଏହି ମିଟିଂକୁ ନେଇ କ୍ୟାପିଟାଲ ହସ୍ପିଟାଲରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୂର୍ବରୁ ଗତ ୨୦ ବର୍ଷ ଧରି ଏହି ମିଟିଂରେ ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେଉଥିଲେ। କିନ୍ତୁ ବର୍ତ୍ତମାନ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ମିଟିଂରେ ଯୋଗଦେଵାର କାର୍ଯ୍ୟକ୍ରମ ରହିଛି। ଶ୍ରୀମତୀ ଷଡ଼ଙ୍ଗୀ ଟିକିନିକ୍ ଭାଵରେ ସମସ୍ତ ଆୟଵେୟର ହିସାବ ଦେଖିଵେ। ହସ୍ପିଟାଲରେ କିପରି ରୋଗୀ ସୁଵିଧା ସୁଯୋଗ ପାଉଛନ୍ତି, ତାହାର ସମୀକ୍ଷା କରିଵେ। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ପରିସରକୁ ସଫା କରିଵା ସହିତ ଶ୍ରୀମତୀ ଷଡ଼ଙ୍ଗୀଙ୍କ ପ୍ରଶ୍ନଵାଣର ଉତ୍ତର ଦେବେ, ସେନେଇ କସରତ ଆରମ୍ଭ କରିଥିବା ଜଣାପଡ଼ିଛି ।