ଭାରତ ବଜାରରେ ଆସନ୍ତା ସପ୍ତାହରେ ଉପଲବ୍ଧ ହେବ ଋଷର ସ୍ଫୁଟନିକ ଭି ଟିକା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଲଢ଼େଇରେ ଭାରତରେ ଆଉ ଏକ ଅସ୍ତ୍ର ସାମିଲ ହେବାକୁ ଯାଉଛି। ଋଷର କୋଭିଡ-୧୯ ଟିକା ସ୍ଫୁଟନିକ ଭି ଆସନ୍ତା ସପ୍ତାହରେ ଭାରତ ବଜାରରେ ଉପଲବ୍ଧ ହୋଇପାରେ ବୋଲି କୁହାଯାଇଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଦେଶରେ ଟିକାର ଅଭାବ ଯୋଗୁଁ ଟିକାକରଣ ଅଭିଯାନ କେତୋଟି କଟକଣା ଭିତରେ ଜାରି ରହିଛି।

ଏହି ମଧ୍ୟରେ ଆଜି ନିତି ଆୟୋଗର ସଦସ୍ୟ ଡ. ବିକେ ପାଲ କହିଛନ୍ତି କି ‘ମେତେ ଏହା ଜଣାଇ ଅତି ଖୁସି ଲାଗୁଛି ଯେ, ଆସନ୍ତା ସପ୍ତାହରୁ ଋଷର କୋଭିଡ-୧୯ ଟିକା ସ୍ଫୁଟନିକ ଭି ଭାରତ ବଜାରରେ ଉପଲବ୍ଧ ହେବ।’