ନୂଆଦିଲ୍ଲୀ: ୨୦୨୧ ପ୍ରାରମ୍ଭରେ କୋଭିଡ-୧୯ ଭ୍ୟାକ୍ସିନ ପ୍ରସ୍ତୁତ ହୋଇଯିବ। ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏଭଳି ମନ୍ତବ୍ୟ ଦେଇଛନ୍ତି।
ହର୍ଷବର୍ଦ୍ଧନ କହିଛନ୍ତି ଯେ, ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଭ୍ୟାକ୍ସିନକୁ ନେଇ ଖୁବ୍ ପରିଶ୍ରମ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତତ୍ତ୍ୱାବଧାନରେ ଏକ ସୁଦକ୍ଷ ଟିମ୍ ଭ୍ୟାକ୍ସିନ ଉପରେ କାମ କରୁଛନ୍ତି। ଆମେ ଆଶା କରୁଛୁ କି ୨୦୨୧ ପ୍ରାରମ୍ଭରେ ଦେଶରେ ଭ୍ୟାକ୍ସିନ ଉପଲବ୍ଧ ହୋଇଯିବ।
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧ଲକ୍ଷ ୧୮ ହଜାର ହୋଇଥିବାବେଳେ ୪୦ଲକ୍ଷ ୨୫ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮୩ ହଜାର ୧୯୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦ଲକ୍ଷ ୯ ହଜାର ଲୋକ ଚିକିତ୍ସିତ ହେଉଛନ୍ତି।