ହଂକଂର ପାର୍କିଂ ପ୍ଲେସ୍, ଯାହାର ଦାମ୍ ୬.୮୫ କୋଟି

ନୂଆଦିଲ୍ଲୀ: ଏସିଆର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହଂକଂରେ ଏକ ପାର୍କିଂସ୍ଥଳୀ ୬.୮୫ କୋଟି ଟଙ୍କାରେ ବିକ୍ରି ହୋଇଛି। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ମୁତାବକ, ସେଣ୍ଟ୍ରାଲ୍ ହଂକଂରେ ଥିବା ୭୩ ମହଲା ବିଶିଷ୍ଟ ଏକ ବିଲ୍ଡିଂ ‘ଦି ସେଣ୍ଟର’ରେ ୯,୬୯,୦୦୦ ଡଲାର ବା ୬.୮୫ କୋଟି ଟଙ୍କାରେ ଏହି ପାର୍କିଂ ସ୍ଥଳଟିକୁ ବିକ୍ରି କରାଯାଇଛି। ବିଶ୍ୱର ଏହା ସବୁଠୁ ମହଙ୍ଗା ପାର୍କିଂ ସ୍ଥଳୀ ରୂପେ ରେକର୍ଡ ସୃଷ୍ଟି କରିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।

୧୩୪.୫ ବର୍ଗଫୁଟରେ ବିସ୍ତାରିତ ଏହି ପାର୍କିଂ ସ୍ଥଳୀ ବର୍ଗଫୁଟ୍ ପିଛା ୭,୨୦୦ ଡଲାର ବା ୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି, ଯାହା ନ୍ୟୁୟର୍କର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ମୂଲ୍ୟଠାରୁ ଚାରିଗୁଣ ଅଧିକ। ରିପୋର୍ଟ ମୁତାବକ, ପାର୍କିଂ ସ୍ଥଳ ବିକ୍ରି କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ୟବସାୟିକ ଅନୁଷ୍ଠାନମାନଙ୍କ ସଂଗଠନର ୧୦ଜଣ ଶ୍ରେଷ୍ଠ ନିବେଶକଙ୍କ ମଧ୍ୟରୁ ଅନ୍ୟତମ ଜନି ଚ୍ୟୁଙ୍ଗ୍ ଶୁନ୍-ୟି। ସେ ତାଙ୍କର ଚତୁର୍ଥ ଏବଂ ଅନ୍ତିମ ପାର୍କିଂ ସ୍ଥଳକୁ ଏହି ବିଲ୍ଡିଂରେ କାର୍ଯ୍ୟାଳୟ ଥିବା ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଛନ୍ତି। ମାତ୍ର ଏହି ବିଲ୍ଡିଂର କ୍ରେତାଙ୍କ ସମ୍ବନ୍ଧରେ କୌଣସି ସୂଚନା ମିଳିନାହିଁ।